Add Your Heading Text Here
Add Your Heading Text Here

ସତ୍ୟର ସମ୍ବାଦ

  1. କନ୍ଧମାଳକୁ ରେଳ ସଂଯୋଗ ନେଇ ସର୍ଭେ କାମ ଫୁଲଦମରେ ଆଗେଇ ଚାଲିଛି।

କନ୍ଧମାଳ ଜିଲ୍ଲାବାସୀଙ୍କ ବହୁ ଦିନର ଦାବୀ ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଯୋର ସୋରରେ ଆଗେଇ ଚାଲିଛି।ଗୋପାଳପୁର ଠାରୁ ମୁଜାଗଡ ଏବଂ ଚକାପାଦ ଦେଇ ଆଡେଣୀଗଡକୁ ସଂଯୋଗ କରିବା ପାଇଁ ଦିଆଯାଇଥିବା ଡିପିଆରକୁ ରେଳ ମନ୍ତ୍ରଣାଳୟ ଅଗ୍ରାହ୍ୟ କରିବା ପରେ ୨୦୨୩-୨୪ରେ ପୁନଃ ଫୁଲବାଣୀ ସଦର ମହକୁମା ଦେଇ ସର୍ଭେ କରିବାକୁ ରେଳ ବିଭାଗ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଟେଣ୍ଡର ସମୟରେ କିଛି ମାସ ବିଳମ୍ବ ହୋଇଥିଲା।ଜିଲାର ବିଭିନ୍ନ କମିଟି ପକ୍ଷରୁ ଦାବୀ ହେବା ଫଳରେ ୨୦୧୪-୨୫ରେ ଟେଣ୍ଡର ହୋଇ ଗତ ଛ ମାସ ହେବ ସର୍ଭେ ଟିମ ଫୁଲବାଣୀରେ ରହି ଯୁଦ୍ଧ କାଳୀନ ଭିତ୍ତିରେ ସର୍ଭେ କାମ ଚଳାଇଛନ୍ତି।ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ନିୟମିତ ସେମାନଙ୍କ ସମ୍ପର୍କରେ ରହି ଅଗ୍ରଗତି ସମ୍ପର୍କରେ ଆଲୋଚନା ହେଉଛି।ତୁରନ୍ତ ସର୍ଭେ କାର୍ଯ୍ୟ ସାରି ଆସନ୍ତା ବଜେଟ ପୂର୍ବରୁ ଡିପିଆର ଦଖଲ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।ଏଥିରେ ଜିଲାବାସୀଙ୍କ ସହଯୋଗ ଆବଶ୍ୟକ। ସର୍ଭେ କାମ ସୁରୁଖୁରୁରେ ଚାଲିଥିବାରୁ ବର୍ତ୍ତମାନ କୌଣସି ପ୍ରତିବାଦ ,ଶୋଭାଯାତ୍ରା କିମ୍ବା ଆନ୍ଦୋଳନର ଆବଶ୍ୟକତା ଅନୁଭବ ହେଉନାହିଁ। ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦ ପକ୍ଷରୁ ରେଳପଥ ପାଇଁ ହେଉଥିବା ସଚେତନ ସମାବେଶ ବା ଆନ୍ଦୋଳନ ଡାକରା ବର୍ତ୍ତମାନ ଆମ କନ୍ଧମାଳ ଜିଲାପାଇଁ କୌଣସି ଫଳପ୍ରଦ ହେବ ନାହିଁ। ଏହି ସମାବେଶ ଗଞ୍ଜାମ ଜିଲା ପାଇଁ ଆବଶ୍ୟକ।କାରଣ ଗୋପାଳପୁରରୁ ମୁଜାଗଡ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଓ ପ୍ରାରମ୍ଭିକ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁରୀ ଆବଶ୍ୟକ।କିନ୍ତୁ ଆମ ଜିଲା ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ତାହା ଆବଶ୍ୟକ ହୋଇପାରେ।ତେଣୁ ସୁରୁଖୁରୁରେ ଚାଲିଥିବା ରେଳପଥ ସର୍ଭେ କାମ ଶେଷ ହେବା ପର୍ଯ୍ୟନ୍ତ କୌଣସି ପ୍ରତିବନ୍ଧକ ସୃଷ୍ଟି ନ ହେବା ଉଚିତ ବୋଲି ଜିଲା ମଳିତ ନାଗରିକ କମିଟି ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି। ତେଣୁ ଉକ୍ତ ସଚେତନ ସମାବେଶ କନ୍ଧମାଳ ଜିଲ୍ଲା ପାଇଁ ବର୍ତ୍ତମାନ ଆବଶ୍ୟକ ମନେ ହେଉନାହିଁ।ତେଣୁ ଆମ ଜିଲାବାସୀ ସର୍ଭେ ଶେଷ ପର୍ଯ୍ୟନ୍ତ ଆଉ କିଛି ମାସ ଅପେକ୍ଷା କରିବା ଆବଶ୍ୟକ ବୋଲି ଜିଲା ନାଗରିକ କମିଟିର ସଭାପତି ଡ ଅରୂପ ଜେନା ଓ ଆବାହକ ଅଶୋକ ପରିଡା ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *