Skip to content

ଫୁଲବାଣୀ- : କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା ଆଇନଜୀବୀ ସଂଘ ନିର୍ବାଚନ ଶନିବାର ଦିନ ଶେଷ ହୋଇଛି । ସଭାପତି ଭାବେ ଆଇନଜୀବୀ ଚନ୍ଦ୍ରଶେଖର ପରିଡା, ଉପସଭାପତି ଭାବେ ଦିଲ୍ଲୀପ କୁମାର ବାନାର୍ଜୀ, ସମ୍ପାଦକ ଭାବେ ବୀରେନ୍ଦ୍ର କୁମାର ସୁବୁଦ୍ଧି, ଯୁଗ୍ମ ସମ୍ପାଦକ ଭାବେ ତୁଷାର କାନ୍ତ ନାୟକ, କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସେନାପତି ଓ ଲାଇବ୍ରେରୀ ସମ୍ପାଦକ ଭାବେ ନମିତା ସାହୁ ନିର୍ବାଚିତ ହୋଇଛନ୍ତି । ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ବିଜୟ କୁମାର ମହାନ୍ତି, ଶିବ ପ୍ରସାଦ ତ୍ରିପାଠୀ, ଭି.ଭି ରାମଦାସ, ଦୁର୍ଗା ଶଙ୍କର ପଟ୍ଟନାୟକ, ନରେଶ କୁମାର ପାଢ଼ୀ, ବିଣାପାଣୀ ପ୍ରଧାନ ଓ ପ୍ରତାପ କୁମାର ବେହେରା ମନୋନୀତ ହୋଇଛନ୍ତି। ନିମନ୍ତିତ ଅତିଥି ଭାବେ ବାର ଆସୋସିଏସନ ପକ୍ଷରୁ ବରିଷ୍ଠ ଆଇନଜୀବି ହରିଶ୍ଚନ୍ଦ୍ର ମହାରଣାଙ୍କୁ ମନୋନୀତ କରାଯାଇଛି lପ୍ରକାଶ ଥାଉକି ଗତ ୫ ରୁ ୭ ତାରିଖରେ ନାମାଙ୍କନ ଦାଖଲ ହୋଇଥିଲା ଏଥିରେ ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ୭ କାର୍ଯ୍ୟକାରୀ ସଦସ୍ୟ ନିମନ୍ତେ ନାମାଙ୍କନ ପତ୍ର
ଦାଖଲ ହୋଇଥିଲା । ସେହିପରି ରବିବାର ଦିନ ୯ତାରିଖ ଦିନ ୧୦ଟା ରୁ ୧ଘଣ୍ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଯାଞ୍ଚ କରା ଯାଇଥିଲା । ଯାଞ୍ଚ ପରେ ସମସ୍ତ ନାମାଙ୍କନ କାଏମ ରହିଥିବା ନିର୍ବାଚନ ଅଧିକାରୀ ସୂଚାଇ ଥିଲେ l ବୁଧବାର ୧୨ ତାରିଖ ଦିନ ୧୧ଟା ରୁ ଏକ ଘଣ୍ଟା ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରା ଯିବାକୁ ଧାର୍ଯ୍ୟ କାରାଯାଇଥିଲା l କିନ୍ତୁ କେହି ପ୍ରତ୍ୟାହାର କରି ନଥିଲେ l ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ବିଶ୍ୱଜିତ ପଟ୍ଟନାୟକ ଏବଂ ସହକାରୀ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ଅଶୋକ କୁମାର ବିଶୋଇ ପରିଚାଳନା କରିଥିଲେ l ନିର୍ବାଚନ ଅଧିକାରୀ ଆଜି ଉକ୍ତ ନିର୍ବାଚନର ନବ ନିର୍ବାଚିତ ପ୍ରତିନିଧିଙ୍କ ନାମ ଘୋଷଣା କରିବା ସହିତ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ lମିଡ଼ିଆ ଫୋରମ ର ସଭାପତି ସୂର୍ଯ୍ୟ ନାରାୟଣ ବେହେରା, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ମିଡ଼ିଆ ଫୋରମ ର ପୂର୍ବତନ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ପ୍ରମୁଖ ଶୁଭେଚ୍ଛା ଜଣେଇଛନ୍ତି।