Skip to content

ଫୁଲବାଣୀ: ଆଜି ଫୁଲବାଣୀ ବ୍ଲକ ର ଏଗାରଟି ପଂଚାୟତ ଓ ଫୁଲବାଣୀ ପୌରପରିଷଦ ର 13 ଟି କ୍ଲଷ୍ଟର ରେ ନବଭରତ ସ୍ଵାକ୍ଷରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଠର ବର୍ଷ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଏହି ପରୀକ୍ଷା ରେ ଅଂଶଗ୍ରହଣ କରିଥିଲେ। ଏହାକୁ ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କବିରାଜ ଜେନା ଓ ସହକାରୀ ଶିକ୍ଷା ଅଧିକାରୀ ଅମୁଲ୍ୟ ଜେନା, ଧନେଶ୍ୱର କଂହର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଓ ଶିକ୍ଷକ ମାନେ ଏହାକୁ ପରିଚାଳନା କରିଥିଲେ ଓ ସି ଆର ସି ସି ମାନଙ୍କ ସହଯୋଗ ରେ ସତେଇଶି ଟି ସେଣ୍ଟର ରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା, ପ୍ରାୟ ଛଅସହ ରୁ ଉର୍ଦ୍ଧ ପରୀକ୍ଷାର୍ଥୀ ଉକ୍ତ ପରୀକ୍ଷା ଦେଇଥିଲେ।