Add Your Heading Text Here
Add Your Heading Text Here

ସତ୍ୟର ସମ୍ବାଦ

ସାମ୍ବାଦିକ ଅଶୋକ ମିଶ୍ର ଙ୍କ ବିୟୋଗରେ ସ୍ମୃତି ସଭାଫୁଲବାଣୀ: କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଫୋରମ ସଭାପତି ସୂର୍ଯ୍ୟ ନାରାୟଣ ବେହେରାଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ପ୍ରେସ କ୍ଳବ ଠାରେ ସାମ୍ବାଦିକ ଅଶୋକ ମିଶ୍ର ଙ୍କ ବିୟୋଗରେ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା l ସର୍ବ ପ୍ରଥମେ ଉପସ୍ଥିତ ଫୋରମର ସଦସ୍ୟ ମାନେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ନିରବ ପ୍ରାର୍ଥନା କରିଥିଲେ l ପରେ ବରିଷ୍ଠ ସାମ୍ବାଦିକ ମାନେ ସ୍ବର୍ଗତ ମିଶ୍ରଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ l ପ୍ରକାଶ ଥାଉ କି କନ୍ଧମାଳ ଜିଲ୍ଲାର ଯୁବ ସାମ୍ବାଦିକ ଅଶୋକ ମିଶ୍ରଙ୍କ ଶୁକ୍ରବାର ରାତ୍ରରେ ବିୟୋଗ ଘଟିଥିଲା l ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା l ସେ ଜଣେ ଧର୍ମ ପରାୟଣ, ପରପୋକାରୀ, ନିର୍ଭିକ ସାମ୍ବାଦିକ ଥିଲେ l ତାଙ୍କର ବିୟୋଗରେ ସମସ୍ତ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି l ଏହି ସ୍ମୃତି ସଭାରେ ସଙ୍ଘ ଉପଦେଷ୍ଟା ଗୋପାଳ କୃଷ୍ଣ ପଟ୍ଟନାୟକ,ଶିବାନନ୍ଦ ପଟ୍ଟନାୟକ, ତ୍ରିନାଥ ସାହୁ,ଅଜିତ ମହାରଣା, ଅଶୋକ ପରିଡା, ଆଇନ ଉପଦେଷ୍ଟା ସତ୍ୟ ନାରାୟଣ ବେହେରା,ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ,ସମ୍ପାଦକ ଶିବ ବିଶ୍ୱାଳ, ସହ ସମ୍ପାଦକ ଶିବ ପ୍ରସାଦ ନାୟକ, କୋଷାଧ୍ୟକ ପ୍ରଶାନ୍ତ ପଣ୍ଡା,ସୁନୀଲ ବିଶ୍ୱାଳ,ଆଦିତ୍ୟ ପ୍ରସାଦ ତ୍ରିପାଠୀ, ପ୍ରଶାନ୍ତ ଜେନା,ବିମଳ ନାୟକ, ବ୍ରଜ ମୋହନ ନାୟକ ପ୍ରମୁଖ ସାମ୍ବାଦିକ ଗଭୀର ଶୋକ ବ୍ୟକ୍ତି କରିବା ସହ ଶୋକ ସନ୍ତପ ପାରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *