Add Your Heading Text Here
Add Your Heading Text Here

ସତ୍ୟର ସମ୍ବାଦ

ଫୁଲବାଣୀ :ଆଜି ଦେଶ ତାର 75 ତମ ଜାତୀୟ ସମ୍ବିଧାନ ଦିବସ ପାଳନ କରୁଛି | ଅନୁରୂପ ଭାବେ ରାଜ୍ୟର ପ୍ରତିଟି ଗ୍ରାମ ପଂଚାୟତ ସ୍ତରରୁ ଆରମ୍ବ କରି ବିଭିର୍ଣ୍ଣ ସ୍ବେଛାସେବୀ ସଂଗଠନ ମାନେ ମଧ୍ୟ୍ୟ ମିଳିତ ଭାବେ ଆଜିର ଦିବସକୁ ଅତି ଆଡମ୍ବର ସହକାରେ ପାଳନ କରୁଥିବା ଦେଖିବାକୁ ମିଳିଛି | ତଦନୁ ଯାଇ କନ୍ଧମାଳ ଜିଲ୍ଲାରେ ଆଜି ପ୍ରଥମ ଥର ପାଇଁ ବିଭିର୍ଣ୍ଣ ସାମାଜିକ ସଂଗଠନର ମିଳିତ ଉଦ୍ୟମରେ ବିଶ୍ୱର ସର୍ବ ବୃହତ ସମ୍ବିଧାନ ତଥା ଭାରତୀୟ ଆଇନ ସଂହିତା କୁ ଆଜି ଜାତୀୟ ସମ୍ବିଧାନ ଦିବସ ରୂପେ ପାଳନ କରାଯାଉଛି | କନ୍ଧମାଳ ଜିଲ୍ଲାର ସମସ୍ତ ସାମାଜିକ ସଂଗଠନ କର୍ମକର୍ତ୍ତା, ଅଗଣିତ ଜନସାଧାରଣ ମାଦି କୁନ୍ଦା ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଆସି କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ପହଞ୍ଚିଥିଲା | ଏହାପରେ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଅତିଥିଭାବେ କୁଇ ସମାଜ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ତଥା ସର୍ଦ୍ଧାର ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଲମ୍ବୋଦର କହଁର ଯୋଗଦାନ କରିଥିବା ବେଳେ ସନମାନୀତ ଅତିଥିଭାବେ ପୂର୍ବତନ ବିଧାୟକଶ୍ରୀ ଦୁଗୁନି କହଁର, ଅନାମ ନାୟକ, ସତ୍ୟନାରାୟଣ ବେହେରା, ଶ୍ରୀମତୀ ନଳିନି କହଁର, ରୋଦନ ମଳିକ, ଅବନୀ କହଁର, ମୁକୁନ୍ଦ ମଳିକ, ଦୟାନିଧି କହଁର, ପ୍ରେମାନନ୍ଦ ମାଝୀ, ଜିଲ୍ଲା ସମିତି ସଭ୍ୟ ସଙ୍ଘର ସଭାପତି ଶ୍ରୀ ବାଦ୍ୟନାଥ ବେହେରା, ସମୀର ଘଟାଲ,ପ୍ରଦୀପ ପ୍ରଧାନ, ସମେତ ଅନ୍ୟ ସମସ୍ତ ସାମାଜିକ ସଂଗଠନ ର ସଭାପତି, ସମ୍ପାଦକ, ମୁସଲିମ ସାମ୍ପ୍ରଦାୟ ଜାମା ମସଜିଦର ସଭାପତି ଅବଦୁଲ ରଜତ ଖାନ , ଖ୍ରୀଷ୍ଟିଯାନ ସମ୍ପ୍ରଦାୟର ସଭାପତି ପ୍ରବୀଣ ନାୟକ, ପ୍ରସନ ବିଶୋଇ,ସମେତ ଅନ୍ୟ ସମସ୍ତ ଜାତିଭିତ୍ତିକ ସଂଗଠନ ର ସଭାପତି ମାନେ ଉପସ୍ଥିତ ଥିଲେ | ମଞ୍ଚ ପରିଚାଳନା କରିଥିଲେ ଖଜୁରୀପଡା ବ୍ଲକର ପୂର୍ବତନ ଚେୟାରମ୍ୟାନ ଶ୍ରୀ ବୀରେନ୍ଦ୍ର କହଁର, ଚନ୍ଦ୍ରମୋହନ ନାୟକ, ଶିବଶଙ୍କର ସାହାଣୀ | ବହୁ ବ୍ୟକ୍ତି ବିଶେଷାଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁଷ୍ପଗୁଛ ଉପଢୌକନ ଦେଇ ସନମାନୀତ କରାଯାଇଥିଲା | ଅନୁଷ୍ଠାନର ସଭାପତି ସମୀର ଘଟାଲ ସମ୍ବିଧାନ ଦିବସ ଉପରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସଂଯୋଜକ ଶ୍ରୀ ବୀରେନ୍ଦ୍ର କହଁର ବିବରଣୀ ପ୍ରଦାନ କରିଥିଲେ | ପ୍ରଥମେ ବକ୍ତା ଭାବେ ଦୁଗୁନି କହଁର ସମ୍ବିଧାନ ଗଠନ ଓ ପରିଚାଳନା ବିଷୟରେ ଉଦବୋଧନ ରଖିଥିଲେ | ସତ୍ୟନାରାୟଣ ବେହେରା ମଧ୍ୟ୍ୟ ଅତି ସୁନ୍ଦର ଭାବେ ସମ୍ବିଧାନ ନୀତି ଆଦର୍ଶ, ଓ ଅଧିକାର ଉପରେ ଆଲୋକ ପାତ କରିଥିଲେ ଓ ଉପସ୍ଥିତ ଜନସାଧାରଣ ଙ୍କୁ ସମ୍ବିଧାନ ପୁସ୍ତକ ପଢିବା ପାଇଁ ଆହ୍ୱାନ କରିଥିଲେ | ଅବଦୁଲ ରଜତ ଖାନ ନିଜ ବକ୍ତବ୍ୟରେ କହିଥିଲେ କି,ଆଜି ଯଦି ମୁଁ ଏଇଠି ଠିଆ ହୋଇଛି, ତାହେଲେ ଠିଆ ହେବାପାଇଁ ସାମ୍ବିଧାନିକ ଅଧିକାର କେବଳ ବାବା ସାହେବ ଆମ୍ବେଦକର ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ | 2ବର୍ଷ 8ମାସ 18 ଦିନରେ ଆମ ଭାରତୀୟ ସମ୍ବିଧାନ କୁ ବାବା ସାହେବ ଆମ୍ବେଦକର ରଚନା କରିଥିଲେ ବୋଲି ଅଧ୍ୟାପକ ଶ୍ରୀ ପ୍ରସନ ବିଶୋଇ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ | ସମାଜସେବୀ ତଥା ସମ୍ବିଧାନ ବିଶାରଦ ଶ୍ରୀ ମିହିର ଦିଗାଲ ଲୋକଙ୍କ ପାଇଁ ସମ୍ବିଧାନର ପ୍ରତ୍ୟେକଟି କୋଣ ଅନୁକୋଣ ଉପରେ ନ୍ୟାୟିକ , ସାମାଜିକ, ମୌଳିକ ଶିକ୍ଷାଗତ ଅଧିକାର ଉପରେ ବିଷଦ ଆଲୋଚନା କରି ଲୋକଙ୍କୁ ସମ୍ବିଧାନ ଉପରେ ଅଧ୍ୟୟନ କରିବାକୁ ଆହ୍ୱାନ କରିଥିଲେ | ଶୀର୍ଷକ ଆଦିବାସୀ ଯୁବନେତା ସମାଜସେବୀ ଓ ସମ୍ବିଧାନ ବିଶାରଦ ଶ୍ରୀ ଦୟାନିଧି କହଁର , ସମ୍ବିଧାନ ଓ ତାର ନିୟମାବଳୀ, ଅଧିକାର ଉପରେ ବିଷଦ ଭାବେ ଆଲୋକ ପାତ କରିଥିଲେ |
ଶେଷରେ ମୁଖ୍ୟ ଅତିଥି ଶ୍ରୀ ଲମ୍ବୋଦର କହଁର ମଧ୍ୟ୍ୟ ସମ୍ବିଧାନରେ ଉଲ୍ଲିକ୍ଷିତ ସମସ୍ତ ନିୟମ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତ ଙ୍କ ପାଇଁ ରହିଥିଲେ ମଧ୍ୟ୍ୟ ଆଜିପର୍ଯ୍ୟନ୍ତ ଆମେ ଆମ ନାର୍ଯ୍ୟ ଅଧିକାର ରୁ ବଞ୍ଚିତ ହୋଇରହିବା କଥା ପ୍ରକାଶ କରିଥିଲେ, ଏବଂ ସମସ୍ତଙ୍କୁ ଆଗାମୀ ଦିନରେ ସଂଗଠିତ ହୋଇ ନିଜର ସାମାଜିକ ନାୟିକ, ମୌଳିକ ଅଧିକାର ଛଡେଇ ଆଣିବା ପାଇଁ ଆହ୍ୱାନ କରି ନିଜ ବକ୍ତବ୍ୟ ସମାପନ କରିଥିଲେ | ଫୁଲବାଣୀ ସଦର ମହକୁମାରେ ଆମ୍ବେଦକର ଙ୍କର ଏକ ପ୍ରତିମୁର୍ତ୍ତି ନିର୍ମାଣ କରିବାପାଇଁ ଆଗାମୀ ଜାଗ୍ରତ କନ୍ଧମାଳ ର ପ୍ରତିଷ୍ଠା ଦିବସବା ବାବା ସାହେବ ଙ୍କ ତିରୋଧାନ ଦିବସରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ ଓ ମୁଖ୍ୟ ଅତିଥି ଶ୍ରୀ କହଁର ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଥିଲେ | ଆଜିର କାର୍ଯ୍ୟକ୍ରମ କୁ କାର୍ଯ୍ୟକାରୀ ସଭାପତି ଶ୍ରୀ ମହେନ୍ଦ୍ର ଦିଗାଲ କୋଷାଧକ୍ଷ ଶ୍ରୀ ତ୍ରିନାଥ ମାଝୀ ଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ କନ୍ଧମାଳ ଜିଲ୍ଲାରେ ପ୍ରଥମ କରି ବାବା ସାହେବ ଆମ୍ବେଦକର ଙ୍କର ସମ୍ବିଧାନ ଦିବସ ପାଳନ କରାଯାଇ ପାରିଥିବା ଯୋଗୁଁ ସମସ୍ତ ଶ୍ରେୟ ଆମ୍ବେଦକର ସ୍ମୃତି ଚାରଣ କମିଟି ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ପ୍ରଦାନ କରାଯାଇଥିଲା |

Leave a Reply

Your email address will not be published. Required fields are marked *