Add Your Heading Text Here
Add Your Heading Text Here

ସତ୍ୟର ସମ୍ବାଦ


ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଜିଲ୍ଲାସ୍ତରୀୟ ଅନୁସୂଚୀତ ଜାତି ଓ ଅନୁସୂଚିତ ଜନଜାତି, ସରକାରୀ କର୍ମଚାରୀ ସମନ୍ୱୟ ପରିଷଦ ର ଏକ ବାର୍ଷିକ ସମ୍ମିଳନୀରେ ୨୦୨୪ ସ୍ଥାନୀୟ ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭପତି ଶ୍ରୀ ସୁଜନ ବେହେରା ଙ୍କ ସଭାପତିତ୍ୱରେ ରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀର ମୂଖ୍ୟ ଉଦେଶ୍ୟ ଥିଲା ସମ୍ବିଧାନ ପ୍ରଣୀତ ଆଇନ୍ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଅନୁୂଚିତ ଜନଜାତି ସରକାରୀ କର୍ମଚାରୀ ମାନେ କିପରି ନିଯୁକ୍ତି ପଦନ୍ନତି ଓ ଅନ୍ୟାନ୍ୟ ସୁବିଧା ରୂ ବଞ୍ଚିତ ହେଉଛନ୍ତି ତାହା କିପରି ଆଗମୀ ଦିନରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସଂଘର ସଭାପତି ଶ୍ରୀ ସୁଜନ ବେହେରା ଓ ସଂପାଦକ ଶ୍ରୀ କୈଳାସ କହଁର, ଉପଦେଷ୍ଟା ଶ୍ରୀ ଗଣେଶ ନାୟକ ସୂଚନା ଦେଇଛନ୍ତି। ଯଦି ସରକାର ଆଗମୀ ଦିନରେ ଅନୁସୂଚୀତ ଜାତି ଓ ଅନୁୂଚିତ ଜନଜାତି ସରକାରୀ କର୍ମଚାରୀ ମାନଙ୍କ ନାର୍ୟ ଦାବୀ ସମ୍ବିଧାନ ପ୍ରକାରେ ପୁରଣ କରିବାରେ ଅବହେଳା କରନ୍ତି ତେବେ ରାଜ୍ୟରେ ଥିବା ସମସ୍ତ ଅନୁସୂଚୀତ ଜାତି ଓ ଅନୁୂଚିତ ଜନଜାତି ସରକାରୀ କର୍ମଚାରୀ ଏ ଦିଗରେ ସୋର ଉତ୍ତୋଳନ କରିବେ ବୋଲି ସମ୍ମିଳନୀରେ ସୁଚନା ଦେଉଥିଲେ। ଏହି ସମ୍ମିଳନୀରେ ମାନ୍ୟବର ବିଧାୟକ ବାଲିଗୁଡା ଶ୍ରୀଯୁକ୍ତ ଚକ୍ରମଣି କହଁର ମୁଖ୍ୟ ଅତିଥି ରୂପେ ଏବଂ ମାନ୍ୟବର ବିଧାୟକ ଜି. ଉଦୟଗିରି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ତତ୍ ସହିତ ଗିରିଧାରୀ ରାଜ୍ୟ ସଂଘ ର ସଂପାଦକ ( ନିଯୁକ୍ତି ବିଭାଗ) ଏବଂ ବିଶିକେସନ ବାଘ୍ ଯୋଗଦାନ କରି ସରକାରୀ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧ ରେ ଆଲୋକ ପାତ କରିଥିଲେ। ଉକ୍ତ ସମ୍ମିଳନୀରେ ଜିଲା ର ୧୨ ଟି ବ୍ଲକ ରୁ ୪୦୦ ରୁ ଅଧିକ ସରକାରୀ କର୍ମଚାରୀ ୪୨ ଟି ବିଭାଗ ରୁ ଯୋଗଦାନ୍ କରି ନିଜ ନିଜର ମତ ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ବିଶିଷ୍ଠ ଆଇନଜୀବୀ ଆଦିବାସୀ ନେତା ଲମ୍ବୋଦର କହଁର ଏହିଭଳି କାର୍ଯ୍ୟକ୍ରମ ଖୋଲା ମଞ୍ଚ ରେ କଲେ ସମସ୍ତ ଲୋକ ଜ୍ଞାତ ହେବେ ବୋଲି ପ୍ରକାଶ କରିଥିଲେ।ସେହିଭଳି ଘରେ ଘରେ ସମ୍ବିଧାନ ପୁସ୍ତକ ଟିକୁ ରଖି ପଢିବା ପାଇଁ ବିଶିଷ୍ଠ ଆଇନଜୀବୀ ସମାଜସେବୀ ସତ୍ୟ ନାରାୟଣ ବେହେରା ଉକ୍ତ ବୈଠକରେ ଉଦବୋଧନ ଦେଇ ସମସ୍ତ ସରକାରୀ କର୍ମଚାରୀ ଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ସମ୍ମିଳନୀ କୁ ସୁର ପ୍ରସାଦ ନାୟକ, ଶ୍ରୀକାନ୍ତ ବେହେରା ଓ ବିଦେଶୀ ନାୟକ ପରିଚାଳନା କରିଥିଲେ।ପ୍ରତ୍ୟେକ ଜିଲ୍ଲାରେ ଏହିଭଳି ସଂଗଠନ କାରାଯାଇ ରାଜ୍ୟବ୍ୟାପି ଏକତ୍ର ହେବାପାଇଁ ଆହ୍ବାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କୁ ମଧ୍ୟ ଉପୋଢକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *