Add Your Heading Text Here
Add Your Heading Text Here

ସତ୍ୟର ସମ୍ବାଦ

ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରାକ-ଖ୍ରୀଷ୍ଟଜନ୍ମ ମହୋତ୍ସବ ପାଳିତ।ମିରାକିଲ ସଂଗୀତ ଦଳ ସଙ୍ଗିତ ପରିବେଷଣ।
ଫୁଲବାଣୀ: (ସୁନୀଲ କୁମାର ବେହେରା)ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ପ୍ରି-ଖ୍ରୀଷ୍ଟମାସ ମହୋତ୍ସବ ଅନୁଷ୍ଠିତ ହେଇଥିଲା।ମାଦିକୁଂଦା ଛକ ରେ ଆଚାର୍ଯ୍ୟ ତପନ କୁମାର ସାମନ୍ତରାୟ ପ୍ରାରମ୍ଭିକ ପ୍ରାର୍ଥନା କରି ମାଦିକୁଂଦା ଠାରୁ କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୁତି ଭବନ ପର୍ଯ୍ୟନ୍ତ ଶାନ୍ତି ପୂର୍ଣ ଶଭାଯାତ୍ରା ହେଇଥିଲା।ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଲୋକମାନେ ପ୍ରଭୁ ଯୀଶୁଙ୍କ ଗୀତ ପରିବେଷଣ କରି ଆନନ୍ଦର ସହ ନାଚି ନାଚି ମୁଖ୍ୟ ସହର ଦେଇ ଗାନ୍ଧିସ୍ମୁତି ଭବନକୁ ଆସିଥିଲେ।ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଶହଶହ ଲୋକମାନେ ଏହି ମହୋତ୍ସବ ରେ ଯୋଗ ଦେଇଥିଲେ।ମଞ୍ଚର ସଭାପତି ପ୍ରବୀଣ କୁମାର ନାୟକ ସଭା ପରିଚାଳନା କରିଥିଲେ।ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ ଚିତ୍ତରଞ୍ଜନ ନାୟକ ଭୁବନେଶ୍ୱର ଓ ମୁଖ୍ୟ ଅତିଥି ଭାବରେ ଫାଦର ଡ଼ଃ ଉଦୟ ନାଥ ବିଶୋଇ ଯୋଗଦେଇଥିଲେ।ସମ୍ନାନିତ ଅତିଥି ରୂପେ ତାମିଲନାଡୁ ର ପାଳକ ଟି.ଯୋଶେଫ,ଡ଼ଃ. ଏନ ଲିନାଚନ୍ଦ,ଆଚାର୍ଯ୍ୟ ବିଜୟ କୁମାର କରାଡ଼,ଡ଼ଃ ସୁର୍ଯ୍ୟ ନାରାୟଣ ବେହେରା ,ବିଶ୍ୱବାଣୀ ଚର୍ଚ୍ଚର ଜିଲ୍ଲା କୋଡ଼ିନେଟର ଆଚାର୍ଯ୍ୟ ରଞ୍ଜନ ଦିଗାଲ,ଜାଗ୍ରତ କନ୍ଧମାଳ ର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ବେହେରା ଯୋଗଦେଇଥିଲେ। ମିରାକିଲ ସଙ୍ଗୀତ ଦଳ ଅତି ସୁନ୍ଦର ଗୀତ ପରିବେଷଣ କରିଥିଲେ ଓ ସମସ୍ତେ ନାଚି ନାଚି ପ୍ରଭୁଯୀଶୁ ଙ୍କୁ ଧନ୍ୟବାଦ ଦେଇଥିଲେ।ମୁଖ୍ୟ ବକ୍ତା ଜଗତର ଲୋକମାନଙ୍କ ନିମନ୍ତେ ତ୍ରାଣକର୍ତା ଜନ୍ମ ଗ୍ରହଣ କରିଅଛନ୍ତି ସେ ଖ୍ରୀଷ୍ଟପ୍ରଭୁ ବୋଲି ଲୋକମାନଙ୍କୁ ଇଶ୍ୱର ଙ୍କ ବାକ୍ୟ ପରିବେଷଣ କରିଥିଲେ।ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା।ସମସ୍ତ ଚର୍ଚ୍ଚ ର ପିଲାମାନେ ଗୀତନାଚ କରିଥିଲେ ଓ ସେମାନଙ୍କୁ ଉପହାର ମଧ୍ୟ ଦିଆଯାଇଥିଲା।ଆଚାର୍ଯ୍ୟ ଦାନିଏଲ ନାୟକ ଙ୍କ ଲିଖିତ “ସାନ୍ତ୍ବନା” ପୁସ୍ତକ ଟି ଉନ୍ମୋଚନ କରାଯାଇଥିଲା। ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକ ର ଅନେକ ପାଳକ ମାନେ ଯୋଗ ଦେଇଥିଲେ।ସମ୍ପାଦକ ଲକ୍ଷଣ ବେହେରା, କୋଷାଧ୍ୟକ୍ଷ ମାର୍ଟିନ ପ୍ରଧାନ ,ପାଳକ ଅମିତ ନାୟକ,ବନମାଳୀ ଦିଗାଲ,ପ୍ରଦୀପ ଦିଗାଲଓ ସନ୍ତୋଷ ନାୟକ ,ବାଳକୃଷ୍ଣ ଦିଗାଲ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ସଙ୍ଗୀତ ଦଳରେ ସୁନୀଲ ବେହେରା, ବରୁଣ ମଲିକ,ଝୁଲି ନାୟକ,ବବୁଲୁ, ଅନୀଲ,ଶଲୋମି, ମାମୁନି,ଆଶିଷ,ଜିନିତା,ସାମୀଏଲ, ଅଜୟ, ଓମେଗା ସୁନ୍ଦର ଭାବେ ବାଦ୍ୟଯନ୍ତ୍ରରେ ଗୀତ ପରିବେଷଣ କରିଥିଲେ ଏବଂ ସାଂସ୍କୃତିକ ଭବନ ଟି ନାଚଗୀତ ସହ ଆନନ୍ଦ ଉଲ୍ଲାସର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଥିଲା।ଶେଷରେ ଆଚାର୍ଯ୍ୟ ମୃତ୍ୟୁଞ୍ଜୟ ନାୟକ ଧନ୍ୟବାଦ ଅର୍ପଣ କରଥିଲେ।

ଯୋଗାଯୋଗ–9438440290

Leave a Reply

Your email address will not be published. Required fields are marked *