Skip to content
ଫୁଲବାଣୀ : ( ସୂର୍ଯ୍ୟ ନାରାୟଣ ବେହେରା ଙ୍କ ରିପୋର୍ଟ ) କନ୍ଧମାଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଓ ମସଛି୍ୟ ସମ୍ପଦ ବିଭାଗ ତରଫରୁ ଆସନ୍ତା ନଭେମ୍ବର ମାସ ଦ୍ଵିତୀୟ ପକ୍ଷାନ୍ତରେ ଦୁଇ ଦିନ ଧରି ଫୁଲବାଣୀ କରୋନେସନ ପଡିଆ ଠାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲପାଳଙ୍କ ସଦ୍ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ଆଶିଷ୍ ଇଶ୍ୱର ପାଟିଲଙ୍କ ଅଧ୍ଯକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାରେ ମସ୍ଥ୍ୟ ଉପ୍ତାଦନ, କୁକୁଡ଼ା ଚାଷ, ଅଣ୍ଡା ଉପ୍ତାଦନ ଏବଂ ଗୋପାଳନ ପ୍ରାଣୀ ସମ୍ପର୍କରେ ଅଧିକରୁ ଅଧିକ ଚାଷିଙ୍କୁ ଅନ୍ତର୍ଭୂକ୍ତ କରିବା, ଚାଷୀ ମାନଙ୍କ ଉପ୍ତାଦନ ବୃଦ୍ଧି କରିବା ପ୍ରଭୁତି ଦିଗରେ ଚାଷୀକୁ ସଚେତନ କରିବା ଆଦି ଏହି ମେଳା ର ମୂଳ ଉଦ୍ଦେଶ୍ୟ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ସଞ୍ଜୀବ କୁମାର ପଟେଲ ସୂଚନା ଦେଇଥିଲେ l ମତ୍ସ୍ୟ ଓ ପ୍ରାଣୀ ସମ୍ପଦରେ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଏବଂ ଇଛୁକଥିବା ପ୍ରାୟ ୭୦୦ ରୁ ଉର୍ଦ୍ଧ ଚାଷୀ ଏହି ମେଳାରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ମିଳିଛି |ବିଭିର୍ଣ୍ଣ କ୍ଷେତ୍ରରେ ସଫଳତା ହାସଲ କରିଥିବା 8 ଜଣ ହିତାଧିକାରୀ ବା ଚାଷୀ ମାନଙ୍କୁ ଏହି ମେଳାରେ ବ୍ୟାପକ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ରହିଛି | ଏହି ମେଳାରେ କୃଷି, ମାଛ୍ୟା, ପ୍ରାଣୀ, ଓ ଉଦ୍ୟାନ କୁଟୀର ଶିଳ୍ପ ଓ ବିଭିର୍ଣ୍ଣ ବିଭାଗ ଗୁଡିକର ପ୍ରାୟ 25 ଗୋଟି ଷ୍ଟଲକାଉଣ୍ଟର, ରେଜିଷ୍ଟ୍ରେସନ କାଉଣ୍ଟର ପ୍ରଦର୍ଶନ କରାଯିବାର ବ୍ୟବସ୍ଥା ରହିଛି |