Skip to content
ଫୁଲବାଣୀ,୦୫/୧୦( ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ) ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ଶାଖା ପକ୍ଷରୁ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସ ଙ୍କ ନେତୃତ୍ୱ ରେ ସାମ୍ବାଦିକ ମାନଙ୍କର ଉନ୍ନତି ନିମନ୍ତେ ୫ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ ସମୟ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଷଦ ର ପ୍ରମୁଖ ଉପଦେଷ୍ଟା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ଉପେନ୍ଦ୍ର ତ୍ରିପାଠୀ ଓ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଙ୍କ ଜରିଆରେ ପ୍ରଦାନ କରାଯାଇଛି । ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ପ୍ରଦାନ କରା ଯାଇ ଥିବା ଦାବୀପତ୍ରରେ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପିତା ମାତାଙ୍କୁ ସାମିଲ କରିବା, ୩୦ ବର୍ଷ ବୟସ ନିଜ ପିଲାଙ୍କୁ ସାମିଲ କରିବା, ରାଜ୍ୟରେ ପ୍ରେସ ଏକାଡେମୀ ଗଠନ, ଅବସର କାଳୀନ ଭତ୍ତା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବୀ ରହିଛି । ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘ ଜାତୀୟ ପରିଷଦ ସଦସ୍ୟ ଶିବ ପ୍ରସାଦ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଫିଲମୋହନ ନାୟକ,ବି ଭି ଶଙ୍କର, ସୁବାଷ ପ୍ରଧାନ, ବରିଷ୍ଠ ଉପଦେଷ୍ଟା ସଦାଶିବ ପାତ୍ର, ସୁବାଷ ମହାରଣା, ସନ୍ତୋଷ କୁମାର ମିଶ୍ର,ବୈଦ୍ୟନାଥ ନାୟକ, ମନୋରଞ୍ଜନ ରାୟ, ସଦାନନ୍ଦ ରଥ, ପାର୍ଥ ସାରଥୀ ବିଶ୍ଵାଳ, ବୈଦ୍ୟନାଥ ବେହେରା, ତ୍ରିନାଥ ସାହୁ, ଅଜିତ ମହାରଣା, ପ୍ରମୁଖ ଉପସ୍ଥିତ ଥିଲେ।
(ପରିଚାଳକ ଆଦିତ୍ୟ ପ୍ରସାଦ ତ୍ରିପାଠୀ)