ଫୁଲବାଣୀ : ଫୁଲବାଣୀ ବାର ଆସୋସିଏସନ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲା ଓକିଲ ସଂଘ ଓ ଅଲ ଓଡିଶା ଲୟରର୍ସ ଆସୋସିଏସନର ମିଳିତ ଆନୁକୁଲ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ସଂଘର ସଭାପତି ଆଇନଜୀବୀ ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ, ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ଫୁଲବାଣୀ ରେ ଆସନ୍ତା ଡିସେମ୍ବର ୨୯ ଓ ୩୦ ତାରିଖରେ ଅଲ ଓଡିଶା ଲୟରର୍ସ ଆସୋସିଏସନର ସମ୍ମିଳନୀ କରାଯିବାକୁ ସ୍ଥିର କରାଯାଇଥିବା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥି ସହିତ ଆଇନଜିବି ମାନଙ୍କ ପାଇଁ ତିନି ଦଫା ଦାବି ରାଜ୍ଯ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବା ପାଇଁ ସ୍ଥିର କରାଯାଇଛି l ଦାବୀ ଗୁଡିକ ଯଥା ରାଜ୍ଯରେ ଲ ଏକାଡେମୀ ପ୍ରତିଷ୍ଠା , ଆଇନଜୀବୀ ସ୍ଵାସ୍ଥ୍ଯ ବୀମା ଦଶ ଲକ୍ଷ ଟଙ୍କା ପ୍ରଦାନ, ମ୍ୟାଚିଙ୍ଗ ଗ୍ରାଣ୍ଟ ପାଞ୍ଚ କୋଟି ରୁ ଦଶ କୋଟି ଟଙ୍କା ବ୍ୟବସ୍ଥା ଇତ୍ୟାଦି ଉପରେ ଆଗାମୀ ଅଧିବେଶନ ରେ ଗୁରୁତ୍ୱ ଦିଆଯିବ ବୋଲି ସଭାପତି କହିଛନ୍ତି l ଏଥି ସହିତ ସମଗ୍ର ରାଜ୍ୟରୁ ତିନି ହଜାରୁ ରୁ ଉର୍ଦ୍ଧ୍ବ ଆଇନଜିବୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି lଫୁଲବାଣୀ ଓକିଲ ସଙ୍ଘ ସଭାପତି ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଙ୍ଘର ସହଯୋଗୀ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜିତ କୁମାର ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ନନ୍ଦ ନନ୍ଦନ ଶତପଥୀ, ଉପସଭାପତି ଜଗନ୍ନାଥ ମିଶ୍ର।, ସମ୍ପାଦକ ମନୋରଞ୍ଜନ ମହାନ୍ତିଙ୍କ ସମେତ ରାଜ୍ୟ ଓ ଜିଲ୍ଲା ସଙ୍ଘର ବରିଷ୍ଠ ସଦସ୍ୟ ମାନେ ଯୋଗ ଦେଇଥିଲେ। ଫୁଲବାଣୀ ବାର ଆସୋସିଏସନର ସମ୍ପାଦକ କମଳ କୁମାର ବେହେରା ବୈଠକ ପରିଚାଳନା କରିଥିଲେ।
Contact-+919853121131
Aditya prasad Tripathy.