Add Your Heading Text Here
Add Your Heading Text Here

ସତ୍ୟର ସମ୍ବାଦ


ଫୁଲବାଣୀ:ଭାରତୀୟ ମଜଦୂର ସଂଘ କନ୍ଧମାଳ ପକ୍ଷରୁ ବନାନୀ କଳା ସଂଙ୍ଗମଠାରେ ବିଶ୍ୱକର୍ମା ଦିବସ ପାଳିତ ହୋଇଯାଇଛି।ଜିଲା ମଜଦୂର ସଂଘ ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।୧୯୫୫ମସିହାରେ ଦନ୍ତୋପନ୍ତ ଠେଙ୍ଗଡୀଙ୍କ ଦ୍ୱାରା ଶ୍ରମିକଙ୍କ ହିତରେ ଭାରତୀୟ ମଜଦୂର ସଂଘ ଗଠନ ଓ ଏହାର ଜନମଙ୍ଗଳ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା।ଏହି ସଂଗଠନ ଶ୍ରମିକଙ୍କ ସାମୁହିକ ହିତରେ କାର୍ଯ୍ୟ କରିଥାଏ।ଶ୍ରମିକ ମାନେ ଆତ୍ମ ସମ୍ମାନର ସହ ସୁଖ ସ୍ୱାଛାନ୍ଦ୍ୟରେ ପରିବାର ଚଳାଇବା ପାଇଁ ଆବଶ୍ୟକ ଅର୍ଥ ମଜୁରୀ ଆକାରରେ ପାଇବା ଆବଶ୍ୟକ ବୋଲି ଅତିଥି ମାନେ ସୁଚନା ଦେଇଥିଲେ। ଅଧିକାଂଶ କ୍ଷେତ୍ରରେ ସମସ୍ତଙ୍କୁ ସେବା ଯୋଗାଇ ଦେଉଥିବା ତଳସ୍ତରର ଶ୍ରମିକ ମାନେ ଶୋଷଣର ଶୀକାର ହୋଇଥାନ୍ତି।ଏହି ଅବସରରେ ଜିଲା ସଂଘ ଚାଳକ ରମେଶ ଚନ୍ଦ୍ର ସାହୁ,ବରିଷ୍ଠ ଆଇନଜୀବୀ ଭିଭି ରାମଦାସ, ଆଇନଜୀବୀ ସଂଘ ସଭାପତି ଭଗବାନ ମହାନ୍ତି ଓ ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା ପ୍ରମୁଖ ରାଷ୍ଟ୍ର ହିତ ,ଉଦ୍ୟୋଗ ହିତ ଓ ଶ୍ରମିକ ହିତରେ ବକ୍ତବ୍ୟ ରଖିଥିଲେ। ଜନ ସାଧାରଣଙ୍କୁ ନିରନ୍ତର ସେବା ଯୋଗାଇ ଦେଉଥିବା ଶ୍ରମିକ ଓ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିବାକୁ ଅନିରୁଦ୍ଧ ବେହେରା, ବସନ୍ତ କୁମାର ପ୍ରଧାନ, ରବୀନ୍ଦ୍ର ବେହେରା, ସନ୍ତୋଷିନୀ ନାୟକ, ଟିକିସାଇବାଣି ଦିଗାଲ, ରାଜ କିଶୋର ମୁଖିଙ୍କ ସହ ଜିଲା ଖାଦ୍ୟ ନିଗମର ଶ୍ରମିକ ରାଜା ନାୟକଙ୍କୁ ଅତିଥିମାନେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

(ପରିଚାଳକ ଆଦିତ୍ୟ ପ୍ରସାଦ ତ୍ରିପାଠୀ)

Leave a Reply

Your email address will not be published. Required fields are marked *