Skip to content
ଫୁଲବାଣୀ:ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେବାର ବର୍ଷେ ହେବାକୁ ବସିଲାଣି ହେଲେ ହେଲେ ନ୍ୟାୟ ପାଇଲେନି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ । ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକ ମାନେ ପ୍ରଥମରୁ ନିୟମିତ ଶିକ୍ଷକର ମାନ୍ୟତା ପାଇଲେ କିନ୍ତୁ ସରକାରଙ୍କ ଆର୍ଥିକ ଦୁଃସ୍ଥିତି ବେଳେ ସରକାରଙ୍କୁ ସହଯୋଗ ପୂର୍ବକ ନାମମାତ୍ର ଦରମାରେ କାମ କରିଥିବା ଶିକ୍ଷକ ଏବେ ଅବହେଳାର ଶିକାର । କାହାର ଛଅ ବର୍ଷ ଚୁକ୍ତି ଅବଧି ଧୋଇଗଲା ତ କାହାର ତିନିବର୍ଷ । ଏ ନେଇ ବାରମ୍ବାର ବିଭାଗକୁ ଦାବିପତ୍ର ଦିଆଯାଇଛି ହେଲେ ପ୍ରତିଶ୍ରୁତି ସବୁ ପ୍ରତାରଣାରେ ପରିଣତ ହେଇଛି ।ପୁଣି 2005 ଓ ପରବର୍ତ୍ତୀ ସମୟରେ ନିଯୁକ୍ତିପ୍ରାପ୍ତ ସରକାର କର୍ମଚାରୀଙ୍କ ପୁରୁଣା ପେନ୍ସନ ହଟେଇ ଏନପିଏସ୍ ଭଳି ଏକ ଅସୁରକ୍ଷିତ ପେନ୍ସନ ପଦ୍ଧତି ଲାଗୁକରି ତାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛନ୍ତି ସରକାର । ନିକଟରେ ଅବସର ନେଇଥିବା ନୂତନ ପେନ୍ସନଭୁକ୍ତ କର୍ମଚାରୀଙ୍କ ଭିତରୁ କିଏ ଚାରିଶହ ଟଙ୍କା ପେନ୍ସନ ପାଉଛି ତ କିଏ ଛଅଶହ ।ଏ ଅନ୍ୟାୟର ତୀବ୍ର ବିରୋଧ କରି ରାଜ୍ୟ ସଂଘର ଆହ୍ୱାନ କ୍ରମେ ଆସନ୍ତା 26 ତାରିଖରେ ଗାନ୍ଧୀମାର୍ଗରେ ହେବାକୁ ଥିବା ବିରାଟ ଆନ୍ଦୋଳନରେ ଭାଗନେବା ପାଇଁ ଜିଲ୍ଲାସଂଘ ନିଷ୍ପତ୍ତି ନେଇ ସାରିଛି । ଏହି କ୍ରମରେ ଆଜି ଜିଲ୍ଲା ସରକାରୀ ହାଇସ୍କୁଲ ଏନପିଏସ୍ ଶିକ୍ଷକ ସଂଘ ତରଫରୁ ଜିଲ୍ଲା ସଭାପତି ସୋମନାଥ ସାହାଣୀଙ୍କ ନେତୃତ୍ୱରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏଇ ଦୁଇ ଦଫା ଦାବି ବିଶିଷ୍ଟ ଦାବିପତ୍ର ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରଦୀପ ସାହୁ, ମନୋରଞ୍ଜନ ପାଢ଼ୀ, ଅଚଳ ମହାମେରୁ ବାରିକ, ବେଣୁଧର ପ୍ରଧାନ, ରମେଶ ମେହେର, ଗଣେଶ ପ୍ରଧାନ, ଶିବ ପ୍ରସାଦ ଦାଶ, ଶ୍ରୀଚନ୍ଦନ ବଳିଆରସିଂ, ଶ୍ୟାମସୁନ୍ଦର ନାୟକ, ରିତେଶ ବେହେରା, ଧନଞ୍ଜୟ ଦିଗାଲ, ଅଶ୍ୱିନୀ ପ୍ରଧାନ, ପ୍ରତିମାରାଣୀ ପଣ୍ଡା, ଦୀପ୍ତି ନନ୍ଦ, ପ୍ରତାପ ପଣ୍ଡା, ବରୁଣ ପ୍ରଧାନ, କୁମାରୀ ପୁନମ ସମେତ ଶତାଧିକ ଶିକ୍ଷକ,ଶିକ୍ଷିକା ଯୋଗ ଦେଇଥିଲେ
(ମୁଖ୍ୟ ପରିଚାଳକ ଆଦିତ୍ୟ ପ୍ରସାଦ ତ୍ରିପାଠୀ)